Dataset Viewer
Auto-converted to Parquet Duplicate
id
int64
0
58.8k
text
stringlengths
99
15.1k
0
ଭୁବନେଶ୍ୱର, ୨୭/୧– (ଓଡ଼ିଆ ପୁଅ) ସିପିଆଇ ଜାତୀୟ ପରିଷଦର ଆହ୍ୱାନକ୍ରମେ ଗତକାଲି ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସକୁ ଦେଶ ବ୍ୟାପୀ ସମ୍ବିଧାନ ସୁରକ୍ଷା ଦିବସ ରୂପେ ପାଳନ କରାଯାଇଛି।
1
ଏହି ଉପଲକ୍ଷେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀମାନେ ରାଜମହଲ ଛକ ଅତିକ୍ରମ କରି ଏଜି ଛକଠାରେ ଥିବା ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
2
ଏହାପରେ ସେଠାରେ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଦିବାକର ନାୟକ, ସହସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କ୍ଷୀରୋଦ ସିଂହଦେଓ ଉଦବୋଧନ ଦେଇ ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରର ଛତ୍ରଛାୟା ତଳେ ସଂଘ ପରିବାର ନେତୃତ୍ୱରେ ସାମ୍ପ୍ରଦାୟିକ ଶକ୍ତିମାନେ ଭାରତୀୟ ସମ୍ବିଧାନର ମୂଳ ଭିତ୍ତି ଧର୍ମ ନିରପେକ୍ଷତା, ସଂସଦୀୟ ଗଣତନ୍ତ୍ର ଓ ସଙ୍ଘୀୟ ବ୍ୟବସ୍ଥାକୁ ବିପନ୍ନ କରି ଦେଶ ବ୍ୟାପୀ ଯେଉଁ ସାମ୍ପ୍ରଦାୟିକ ଅସହିଷ୍ଣୁତା, ଘୃଣା ଓ ହିଂସାର ବାତାବରଣ ସୃଷ୍ଟି କରିଚାଲିଛନ୍ତି, ତାହା ବିରୋଧରେ ଦେଶର ସମ୍ବିଧାନର ସୁରକ୍ଷା ପାଇଁ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିମାନେ ଐକ୍ୟବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ।
3
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଖୋର୍ଦ୍ଧା ଜିଲ୍ଲା ସହସମ୍ପାଦକ ସତୀଶ ମିଶ୍ର, ଭୁବନେଶ୍ୱର ଜୋନ୍ ସହସମ୍ପାଦକ କୈଳାସ ଚନ୍ଦ୍ର ପୁହାଣ, ଯୁବସଂଘ ନେତା ନାରାୟଣ ଡାଳୁଆ ଓ ସିପିଆଇର ଛେତମ୍ବର ଭୋଇ, ଲୋକନାଥ ଭୋଇ, ବାସନ୍ତୀ ପ୍ରଧାନ, ରୀତା ସେଠୀ ଓ ପୂଜା ମିଶ୍ର ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।
4
ପାରଳାଖେମୁଣ୍ଡି, ୬ା୬(ଓଡିଆ ପୁଅ /ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ଠାରେ ବିଶ୍ୱବିଦ୍ୟାଳୟର ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର କୃତି ଛାତ୍ର/ଛାତ୍ରୀମାନଙ୍କୁ ସମ୍ମାନିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ର /ଛାତ୍ରୀମାନେ କୃତିତ୍ୱ ହାସଲ କରିଛନ୍ତି। ୧୦ମ ଶ୍ରେଣୀର ବହୁ ଛାତ୍ର/ଛାତ୍ରୀ ଏବଂ ଦ୍ୱାଦଶ ଶ୍ରେଣୀର ବହୁ ଛାତ୍ର/ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତି ଣ୍ଣ ହୋଇଛନ୍ତି। ଏହି ସମାରୋହରେ ଛାତ୍ର/ଛାତ୍ରୀମାନଙ୍କ ସହ ଅଭିଭାବକ ଗଣ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସେଞ୍ଚୁରିଆନ ପବ୍ଳିକ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
5
ପେଟ୍ରୋଲିୟମ ମନ୍ତ୍ରୀଙ୍କ ଘୋଷଣା: – ରାଜ୍ୟର ୧୯ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ନେଟୱାର୍କ: ରାଜ୍ୟରେ ଆଉ ୫ ହଜାର କିମି ଜାତୀୟ ରାଜପଥ ନିର୍ମାଣର ଯୋଜନା
6
ନୂଆଦିଲ୍ଲୀ: ଦିଲ୍ଲୀ ଏୟାରହଷ୍ଟେସ୍‌ ଆତ୍ମହତ୍ୟା ମାମଲାରେ ଆଜି ଦିଲ୍ଲୀ କୋର୍ଟ ଅଭିଯୁକ୍ତ ସ୍ୱାମୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ୩୯ ବର୍ଷୀୟା ଆନିସିଆ ବାତ୍ରାଙ୍କ ସ୍ୱାମୀ ମାୟଙ୍କ ସିଂହଭିଙ୍କୁ ହାଜତରେ ଜେରା ଆବଶ୍ୟକ ନାହିଁ ବୋଲି ଦିଲ୍ଲୀ ପୁଲିସ କହିବାପରେ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅନୁଜ କୁମାର ମାୟଙ୍କଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ମାୟଙ୍କଙ୍କ ପତ୍ନୀ ଆନିସିଆ ଜର୍ମାନ୍‌ ଏୟାରଲାଇନ୍‌ରେ କାର୍ଯ୍ୟ କରୁଥିଲେ।
7
ବାସ୍ତୁଶାସ୍ତ୍ର ଅନୁସାରେ,ଏମିତି କିଛି ମୂର୍ତ୍ତି ରହିଛି ଯାହାକୁ ଦେଖିଲେ ଅଶୁଭଫଳ ମିଳିଥାଏ। ଏହି ସବୁ ମୂର୍ତ୍ତି ବିଷୟରେ...
8
ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।
9
ଅନ୍ଧାର ରାତିରେ ଏକା ଏକା ଚାଲୁଥିବା ପଦ ଚିହ୍ନ ଥିଲା ଏକ ନାୟକର, ଯାହାର ଜୀବନ କାହାଣୀ ଶୁଣିବା ପରେ ବାଧ୍ୟ ହେଲି ନାଆଁଟି ଦେବାକୁ ବିଚିତ୍ର ନାୟକ । ତା'ଜୀବନ କାହାଣୀ କିଛି ଏମିତି ଥିଲା, ଦେବୀ ଦୁର୍ଗାଙ୍କ ଅସ୍ତ୍ରର ଆବିର୍ଭାବ ଦିନ ମହାଷ୍ଟମୀର ମଳୟର ପ୍ରଥମ ଭାଗରେ ଜନ୍ମ ପାଇବି ନିଜ ଭାଗ୍ୟକୁ ଆଉ ନିଜକୁ ଅଭିଶାପ ବୋଲି ଭାବି ନେଇଥିଲା ସେ । ଜୀବନର ପ୍ରଥମ ପାହାଚ ତା'ମାତୃ କୋଳରେ କଟିନଥିଲା, କଟି ଥିଲା ତା'ମାମୁଁଙ୍କ ଘରେ । ଅତି ଚଞ୍ଚଳ ଆଉ ଭାବନାମୟ ଜୀବନରେ ବିତେଇ ଚାଲିଥିଲା ତା'ବାଳୁତ ସମୟ । ଅଠର ବର୍ଷରେ ବୟସରେ ପାଦ ଦେଲା ପରେ ଜୀବନରେ ଆସିଲା ଏକ ମହୁର ବନ୍ୟା "ପ୍ରେମ " । ନିଜଠୁ ବଳି ଖୁବ ଅଧିକ ଭଲପାଉଥିଲା ସେ ଆଉ ଜଣକୁ, ଆଉ ଇଚ୍ଛା କରିଥିଲା ଚାଲିବାକୁ ତା'ସହିତ ସାରା ଜୀବନ । କିନ୍ତୁ କାହାକୁ କହିନଥିଲା, କି ସେ ପ୍ରେମିକାକୁ ବି ଜଣେଇ ନଥିଲା । ଭାଗ୍ୟର ବିଡମ୍ବନା ପୁଣି ସେଇ ଝିଅକୁ ସେ ତା'ଘରେ ପାଇଲା ତା'ଭାଉଜ ରୂପରେ । କିନ୍ତୁ ଭାଙ୍ଗି ନପଡି ହୃଦୟ ମଧ୍ୟରେ କବର ଦେଇ ଦେଲା ତା'ପ୍ରେମକୁ କାହିଁକି'ନା ଭାଉଜ ମାଆ ସମାନ !!
10
ଜୀବନର ଝଞ୍ଜା ଆଉ ଖରା ତାତିକୁ, ଆଉ ବର୍ଷାକୁ ସାଥି କରି ଚାଲିଲା ଆଗକୁ ଆଗକୁ । ଖୋଜି ନଥିଲା ଜୀବନରେ ଆଉ କାହା ପ୍ରେମକୁ, କାହିଁକିନା ସେ ଡରୁ ଥିଲା କାଳେ କାଳ ପୁଣି ଛଡେଇ ନେବ । ଏମିତି ଚାଲିବ ଭିତରେ ଅନ୍ଧ ମନୁଷ୍ୟର ଗଳି, ଦେଖା ହେଲା ଏକ ମନ ସହ । କିଛି ସମୟର କଥାବାର୍ତ୍ତାରେ ମନରେ ଆକର୍ଷଣ ଆଉ ହୃଦୟର କଷଣକୁ ମିଳିଗଲା ଯେମିତି ଏକ ନୂଆ ଦିଗ, ଏକ ମନ ଯିଏ କି ବୁଝି ପାରୁଥିବ ତା'କୁ ଆଉ ତା'ଭାଷାକୁ । ଏମିତି ଚାଲିବା ପରେ ପ୍ରକାଶ କଲା ତା'ମନର କଥା ଆଉ ପ୍ରେମିକା ବି ଖୁବ ସହଜରେ ବୁଝି ନେଲା ମନ କଥାକୁ । ଦୁହେଁ ଉଡି ବୁଲିଲେ ପ୍ରେମର ନୂଆ ରାଇଜରେ, କିଛି ବାଟ ଉଡ଼ିଗଲା ପରେ ସେ ଜାଣିବାକୁ ପାଇଲା ପୁଣି ଭାଗ୍ୟ ତା'ଜୀବନକୁ ବହୁତ ଜଲଦି ନେଇଯିବ । ପ୍ରସ୍ତୁତ ହେଲେଣି ଯମ, ଆଉ କେବେଳ ଯମଦୂତଙ୍କର ଅପେକ୍ଷା । କଣ କରିବ ସେ ଏବେ, ତା'ଜୀବନରେ ଏମିତି କାହିଁକି ହେଲା ? ହୁଏତ ସେ ଯେତେବେଳେ ଜୀବନକୁ ଭଲ ପାଉନଥିଲା, ସେତେବେଳେ ଜାଣିଲାନି କାହିଁକି ?? କି ସେ ଏ ଦୁନିଆଁ ପାଇଁ ମାତ୍ର କେଇ ଦିନର ଅତିଥି । ଧମ୍ଭ କରି ହୃଦୟକୁ ବଂଚିବାକୁ ଆରମ୍ଭ କଲା ଏକ ଜୀବନ, ଯେଉଁଥିରେ କି ପ୍ରତି ମୁହୂର୍ତ୍ତରେ କହୁଥିବା ଗୋଟେ କଥା.. "ତୋ ସମୟ ପାଖେଇ ଆସିଲାଣି" ।
11
ଏମିତି ଏକ ସମୟରେ ପୁଣି ଗୋଟିଏ ଘଟଣା ଘଟିଲା ତା'ଜୀବନରେ । ପୁଣି ଏକ ପ୍ରେମିକା ଯିଏ କି ୟାକୁ ଭଲ ପାଉଛି ନିଜ ଜୀବନଠୁ ଅଧିକ । ସେ ଏମିତି ଏକ ଦ୍ଵିଧାରେ ଗତି କଲା ଜଣକୁ ସେ ବହୁତ ଭଲପାଏ, ଆଉ ସେ'ବି ତାକୁ ଜୀବନଠୁ ଅଧିକ ଭଲପାଏ । ଆଉ ଜଣେ ତା'ଜୀବନକୁ ୟାକୁ ଦେଇ ଦେଇଛି । କଣ କରିବ ଏବେ ସେ ? ତା'ଜୀବନ ରେ ଏକ ଦ୍ଵନ୍ଦ । ପ୍ରତିକ୍ଷଣରେ ଜୀବନକୁ ଗଣୁଥିବା ଏକ ସମୟ ଆର ପଟରେ ପ୍ରେମ । ଯେତେବେଳେ ପ୍ରେମ ନଥିଲା ଜୀବନ ଥିଲା । ଏବେ ପ୍ରେମର ଶ୍ରାବଣ ଅଛି ହେଲେ ଜୀବନ କହୁଛି ତୁ'ଟା ଅଳ୍ପ ଦିନର ଅତିଥି । ସେ ସେଇ ରାସ୍ତାରେ ଗୋଟେ କଥା ପଚାରି ଚାଲିଥାଏ କାହିଁକି ? କାହିଁକି ?? କାହିଁକି ?? କିଏ ଦବ ତା'ର ଉତ୍ତର ! ତା'ଜୀବନ କଥା ଶୁଣି ଇଚ୍ଛା ହେଲା କହିବାକୁ ଏଇତ "ବିଚିତ୍ର ନାୟକ"
12
ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।
13
କନକ ବ୍ୟୁରୋ: ଏବେ ଏବେ ଜ୍ୱର ଛାଡ଼ିଛି। ଘରେ ଆଉ ମନ ଲାଗୁନି। ମାଉସୀ ଘର ବୁଲିଯିବାକୁ ମନ ବଳିଛି। ପ୍ରଭୁଙ୍କ ମନ ଜାଣି ମହାରଣା ପୁଅ ରଥ ଗଢ଼ି ଦେଇଛି। ପଥ ବି ରଥାରୂଢ଼ ପ୍ରଭୁଙ୍କ ବାଟକୁ ଚାହିଁ ବସିଛି। ୧୫ ଦିନ ଅଣସର ଘରେ ରହିବା ପରେ ପ୍ରଭୁଙ୍କୁ ଦେଖିବାକୁ ଭକ୍ତ ବି ବ୍ୟାକୁଳ ନେତ୍ରରେ ଚାହିଁ ରହିଛି। ଆଜି ନବଯୌବନ ବେଶରେ ସଜେଇ ହୋଇ ଦର୍ଶନ ଦେବେ ଭାଉ ଭଉଣୀ। ନେତ ବନ୍ଧା ପରେ ରଥ ବି ଚୂଡ଼ାନ୍ତ ରୂପ ନେବ। ମାନବୀୟ ଲୀଳାର ପରମ ଆରାଧ୍ୟ ପ୍ରଭୁ ଦର୍ଶନ ଦେଇଦେଇ ଯିବେ ଗୁଣ୍ଡିଚା ବାଡ଼ି। ରାଜଧାନୀରେ ବି ରଥକୁ ନେଇ ନାହିଁ ନଥିବା ଉତ୍ସାହ। ବର୍ଷା ଯଦି ଦୟା କରେ ତେବେ ଜମିଯିବ ରଥଯାତ୍ରା। ସହରରେ ୬୦ରୁ ଅଧିକ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ମହାର୍ଘ୍ୟ ଆସର ଯେତିକି ନିଆରା, ସେତିକି ରୋଚକ….
14
ଖଣ୍ଡଗିରିସ୍ଥିତ କୋଳଥିଆ ନିକଟ ଚିଦାନନ୍ଦ ବିହାର ଜଗନ୍ନାଥ ମନ୍ଦିରରେ ବିରାଜିତ ପ୍ରଭୁ ରାଜଧାନୀରେ ପୂଜିତ ଚତୁର୍ଧା ମୂର୍ତିମାନଙ୍କ ମଧ୍ୟରେ ସବୁଠୁ ଉଚ୍ଚ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଦାରୁ ବିଗ୍ରହ ୩ଫୁଟ ୧୧ ଇଞ୍ଚ ଏବଂ ମା’ ସୁଭଦ୍ରାଙ୍କ ବିଗ୍ରହ ୩ଫୁଟ ୬ ଇଞ୍ଚ ବିଶିଷ୍ଟ। ଖଣ୍ଡଗିରିର ଦକ୍ଷିଣରେ ରଥଯାତ୍ରା ଅନୁଷ୍ଠିତ ହେବା ବିଷୟ ମାଳିକାରେ ଉଲ୍ଲେଖ ରହିଥିବା ବେଳେ ଏହା ସେଇ ମାଳିକା ସିଦ୍ଧାନ୍ତ ରଥଯାତ୍ରା। ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଏଠାରେ ପ୍ରଭୁ ଉତ୍ତରମୁଖା ହୋଇ ଯାଆନ୍ତି ଏବଂ ଦକ୍ଷିଣ ମୁଖା ହୋଇ ଫେରନ୍ତି। ଦକ୍ଷିଣୀ ମୋଡ଼ କରାଯାଏ। ଏଠାରେ ପ୍ରତିଷ୍ଠିତ ଚତୁର୍ଧା ମୂର୍ତି ଫିଲାଡେଲ୍‌ଫିଆ ଯିବା ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବୃହତ୍ତାକାର ଯୋଗୁଁ ଠାକୁରଙ୍କୁ ସେଠାକୁ ନେବା ବାତିଲ୍‌ ହୋଇଥିଲା। ୧୯୯୮ରେ ଏହି ଚତୁର୍ଧା ମୂର୍ତିକୁ ଦିବ୍ୟ ଜୀବନ ସଂଘ ଏକ ସମ୍ମିଳନୀକୁ ଆଣି ପୁରୀକୁ ଫେରାଇ ଦେଇଥିଲେ। ସେହି ସମୟରେ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀଙ୍କୁ ସ୍ୱପ୍ନ ହେଲା ଖଣ୍ଡଗିିରି ନିକଟରେ ପ୍ରତଷ୍ଠା ପାଇଁ। ୨୦୦୧ରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୨ରୁ ରଥଯାତ୍ରା ଅନୁଷ୍ଠିତ ହେଉଛି।
15
ପୁରୀ ଓ ‘କିସ୍‌’ ଶ୍ରୀବାଣୀ କ୍ଷେତ୍ରରେ ପ୍ରସ୍ତୁତ ରଥ ମଧ୍ୟରେ ଅନେକାଂଶରେ ସାମଞ୍ଜସ୍ୟ ଥାଏ। ବିଧି ଅନୁଯାୟୀ ପୁରୀରେ ଜଗନ୍ନାଥଙ୍କ ରଥ ୧୬ ଚକିଆ, ବଳଭଦ୍ରଙ୍କ ରଥ ୧୪ ଚକିଆ ଏବଂ ସୁଭଦ୍ରାଙ୍କ ରଥ ୧୨ ଚକିଆ ହୋଇଥିବା ବେଳେ ଶ୍ରୀବାଣୀ କ୍ଷେତ୍ରରେ ମଧ୍ୟ ଅନୁରୂପ ଚକ ଲାଗେ।
16
ଇସ୍କନ୍‌ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ରଥ ସିଆର୍‌ପି ଓ ୟୁନିଟ୍‌ ୮ ଡିଏଭି ସ୍କୁଲ୍‌ ଦେଇ ଗୁଣ୍ଡିଚା ମନ୍ଦିରକୁ ଯିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୁଏ। ଇସ୍କନ୍‌ ରଥ ସ୍ୱତନ୍ତ୍ର ଭାବେ ନିର୍ମିତ ଗୁଣ୍ଡିଚା ମନ୍ଦିରକୁ ଆସେ। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ସବୁଠୁ ଆଡ଼ମ୍ବରପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହୁଏ। ସଂକୀର୍ତନ ସାଙ୍ଗକୁ ଘୋଡ଼ା, ବୃଷଭ, ନାଗାନାଚ, ବୁଢ଼ାବୁଢ଼ୀ, ବଗବଗୁଲି ନାଚ ଆକର୍ଷଣ ସାଜିଥାଏ ।
17
ପଟିଆ ଗଡ଼ସ୍ଥିତ ଚନ୍ଦନ କ୍ଷେତ୍ରରେ ସବୁଠୁ ଉଚ୍ଚ ରଥ। ଏହି ରଥର ଉଚ୍ଚତା ୩୫ ଫୁଟ ହୋଇଥିବା ବେଳେ ଦଧିନଉତି ଓ ଓଲଟ ଶୁଆକୁ ମିଶାଇ ୩୭ ଫୁଟ ହେବ। ଠିକ୍‌ ସେହିଭଳି ୟୁନିଟ୍‌ ୮ ରଥର ଉଚ୍ଚତା ୩୧ ଫୁଟ ବିଶିଷ୍ଟ।
18
ପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ଘଣ୍ଟୁଆ ସାଜି ରଥ ବାହିନେବେ ପିଲାଏ। ରଥ ବି ଟାଣିବେ କେବଳ ପିଲାଏ। ଯମ୍ବେଶ୍ୱର ପାଟଣା ସାହି ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ନିଆରା ରଥଯାତ୍ରାରେ ୧୦୦ରୁ ଅଧିକ ପିଲାଏ ମୁଖ୍ୟ ଭୂମିକା ତୁଲାଇବେ ବୋଲି କମିଟି ସମ୍ପାଦକ ବସନ୍ତ ସମର୍ଥା କହିଛନ୍ତି। ଯମ୍ବେଶ୍ୱର ପାଟଣା ସାହିରୁ ବାହାରି ତିନିମୁଣ୍ଡିଆ ଓ ଲିଙ୍ଗରାଜ ମନ୍ଦିର ଦେଇ ଗଙ୍ଗା ଯମୁନା ମନ୍ଦିର ନିକଟରେ ପହଞ୍ଚିବ ବୋଲି କମିଟିର ସଭାପତି ଶକ୍ତିପ୍ରସାଦ ସାହୁ କହିଛନ୍ତି। ସାଇଶ୍ରୀ କ୍ଲବ୍‌ ପକ୍ଷରୁ ଭୀମଟାଙ୍ଗି ତଳ ଫେଜ୍‌ରେ ମହିଳା ଓ ପିଲାମାନଙ୍କ ଦ୍ୱାରା ରଥ ତିଆରି ସମ୍ପନ୍ନ ହୋଇଛି ବୋଲି ଆୟୋଜିକା ବବିତା ସାହୁ କହିଛନ୍ତି।
19
ଇସ୍କନ, ଆର୍‌ସିଏମ୍‌, କିସ୍‌, ତମାଣ୍ଡୋର ସୁଭଦ୍ରାଙ୍କ ରଥକୁ ମହିଳା ଓ ଯୁବତୀମାନେ ଟାଣନ୍ତି। ଆର୍‌ସିଏମ୍‌ରେ ରଥ ସମ୍ମୁଖରେ ଆଦିବାସୀ ମାନେ ନୃତ୍ୟ ପରିବେଷଣ କରନ୍ତି। ଚନ୍ଦ୍ରଶେଖରପୁର ରଥର ଗୋଟେ ଦଉଡ଼ି ଆଦିବାସୀ ଏବଂ ଅନ୍ୟ ଦଉଡ଼ିକୁ ଅନ୍ୟ ବର୍ଗର ଲୋକେ ଟାଣନ୍ତି। ଶୈଳଶ୍ରୀ ବିହାର ରଥ ଉପରେ ସୁନା ଝାଡ଼ୁରେ ଛେରା ପହଁରା ହୁଏ।
20
ବାଲିଅନ୍ତା ବ୍ଲକ ଅଧୀନ ଗଡ଼ କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଜି ଅପରାହ୍ନରେ ନିର୍ମିତ ରଥ ଦକ୍ଷିଣ ମୋଡ଼ ନେବ ବୋଲି ଅନୁଷ୍ଠାନର ଜଣେ ସଦସ୍ୟ କହିଛନ୍ତି। ୧୭ ଫୁଟ୍‌ ଉଚ୍ଚତା, ୧୦ ଫୁଟ୍‌ ଚଉଡ଼ା ଓ ୬ ଚକା ବିଶିଷ୍ଟ ଏହି ରଥ ଚୂଡ଼ାରେ ଦଧିନଉତି ଓ ଏହା ଉପରେ ନେତକୁ ମିଶାଇ ପ୍ରାୟ ୨୦ ଫୁଟ ହେବ। ଗୁଣ୍ଡିଚା ସକାଳେ ରଥରେ ବନଉତ ଘେରାଯିବା ସହ ଦୁଇଟି ଘୋଡ଼ା ଓ ଆଉ ଦୁଇଟି ଓଲଟା ଶୁଆ ଲାଗି ହେବ। ରଥରେ ୧୦୦ ଫୁଟ ଲମ୍ବର ଦଉଡ଼ି ବନ୍ଧାଯିବ।
21
୧୯୭୨ ନବକଳେବର କଥା। ଶ୍ରୀକ୍ଷେତ୍ରରେ ଚତୁର୍ଧା ମୂର୍ତି ଗଢ଼ା ଯିବା ପରେ ବଳି ପଡ଼ିଥିଲା କିଛି କାଠ। ଆଉ ଏହି କାଠରେ ଗଢ଼ା ଯାଇଥିଲା ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତି। ଏହାକୁ ନିଜ ବାସଭବନକୁ ନେଇ ଆସିଥିଲେ ତତ୍କାଳୀନ ଓୟୁଏଟି ପ୍ରଫେସର ଡ. ସୁପ୍ରସନ୍ନ ମହାନ୍ତି। ପରେ ମୁକ୍ତିମଣ୍ଡପର ସଦାଶିବ ରଥଶର୍ମାଙ୍କ ସମେତ କିଛି ମୁକ୍ତିମଣ୍ଡପର ବ୍ରାହ୍ମଣମାନଙ୍କ ଦ୍ୱାରା ୟୁନିଟ୍‌ ୮ସ୍ଥିତ ଓୟୁଏଟି କଲୋନିରେ ଦିଅଁମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ୧୯୭୩ ମସିହାରୁ ଏଠାରେ ଏହି ଦାରୁ ବିଗ୍ରହଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ଚଳିତ ବର୍ଷ ୪୬ ବର୍ଷରେ ପଦାର୍ପଣ କରିବ ଏଠିକାର ରଥଯାତ୍ରା। ଏହା ରାଜଧାନୀର ସବୁଠୁ ପୁରୁଣା ଓ ପ୍ରଥମ ରଥଯାତ୍ରା ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ପରିଚାଳନା ଟ୍ରଷ୍ଟି ବାମନ ପ୍ରସାଦ ଆଚାର୍ଯ୍ୟ।
22
ସେଦିନ ଟ୍ରେନ୍ ସହ ହୋଇଥିଲା ଭୟାବହ ଦୁର୍ଘଟଣା : ରହସ୍ୟମୟ ଭାବେ ଉଭେଇ ଯାଇଥିଲା, ୧୦୪ଜଣ ଯାତ୍ରୀଙ୍କର ଏଯାବତ୍ ମିଳିପାରିନି ସନ୍ଧାନ
23
ଖଇରା/ବାଲେଶ୍ୱର, ୧୧/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଚାଂୟତ ତରାଙ୍ଗଠାରେ ଥିବା ବାବା ବକ୍ରେଶ୍ୱରଙ୍କ ଜାଗର ଯାତ୍ରା ଯେତେ ପାଖେଇ ଆସୁଛି ଭକ୍ତମାନଙ୍କ ମନସେତେ ଚଳଚଞ୍ଚଳ ହୋଇଉଠୁଛି। ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବହୁପୁରାତନ ପୀଠ ବାବା ବକ୍ରେଶ୍ୱର। କଥିତ ଅଛି ଆର୍ବିଭାବ ହୋଇଥିବା ଶବଲିଙ୍ଗ ବକ୍ରଥିବାରୁ ବକ୍ରେଶ୍ୱର ନାମରେ ପୂଜାପାଇ ଆସୁଅଛନ୍ତି। କାଂଶବାଂଶ ନଦୀକୂଳରେ ଥିବା ଏହି ମନ୍ଦିରଟି ୧୯୯୯ ମହାବାତ୍ୟାରେ ବୁଡିଯାଇଥିଲା। ସେହିଦିନଠାରୁ ସରକାରଙ୍କ ନଜରକୁ ଆସିଥିଲା ବାବା ବକ୍ରେଶ୍ୱର। ୩ ବର୍ଷପୂର୍ବେସରକାରଙ୍କର ପର୍ଯ୍ୟଟନ ବିଭାଗ ହାତକୁନେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପାନୀୟଜଳ, ବିଦ୍ୟୁତ୍ ଓ ନିୟମିତରାସ୍ତାର ବିକାଶ ହୋଇପାରିନାହଁ। ଜାଗରରେ ବାବାଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଥାଏ। ଏଗାର ଦିନପାଇଁ ମେଳା ମଧ୍ୟ ବସିଥାଏ। ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ସମେତ ଆଖପାଖ ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡଲାଗିଥାଏ। ଯୋଗାଯୋଗ ଦୃଷ୍ଟିରୁ ସୋର, ତୁଡିଗଡିଆ ଓ ତଳନଗରରୁ ଏଠାକୁ ଆସିବା ପାଇଁ ରାସ୍ତା ରହିଛି। ଭକ୍ତ ଜଣେ ଠାକୁରଙ୍କ ନିକଟରେ ପହଂଚି ଫେରି ଯିବାପାଇଁ ବହୁତ ସମସ୍ୟାରେ ସମ୍ମୁଖିନ ହୋଇଥାଏ। ଦୁରଦୁରାନ୍ତରୁ ଆସୁଥିବା ଭକ୍ତମାନେ ରହିବାକୁ ଚହୁଁଥିଲେ ମଧ୍ୟ ପାନ୍ଥନିବାସଟିଏ ନାହିଁ। ପୀଠ ପାଇଁ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ମୁଖ୍ୟ ସମସ୍ୟା ପାଲଟିଛି। ମନ୍ଦିର ତରଫରୁ ୪ ଗୋଟି ନଳକୂପ ନିଜ ଉଦ୍ୟମରେ ସ୍ଥାପନ କରାଯାଇଛି। ଯାହାକି ଶହଶହ ଭକ୍ତଙ୍କ ପାଇଁ ପାନୀୟ ଜଳ ସମସ୍ୟା ସୃଷ୍ଟିକରିଥାଏ। ମନ୍ଦିରକୁ ସଂଯୋଗ କରୁଥିବା ନିତିଦିଆ ରାସ୍ତା ଗୁଡିକ ମଧ୍ୟରେ ତରାଙ୍ଗ- ବକ୍ରେଶ୍ୱ, ବାଉରିପଦା- ନିଶ୍ଚିନ୍ତା, ପଣ୍ଡୁ-ବକ୍ରେଶ୍ୱର ଭକ୍ତମାନେ ନିର୍ଭର କରିଥାଆନ୍ତି। ଏହି ରାସ୍ତଟି କାଦୁଆକଚା ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷାହେଲେ ମନ୍ଦିରକୁ ଯାତାୟତ ଠପ୍ ହୋଇଯାଇଥାଏ। ସେହିପରି ବିଦ୍ୟୁତ୍ ସେବା ମଧ୍ୟ ଏଠାରେ ଠିକ୍ ଭାବେ ମିଳି ନ ଥାଏ। ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଏହା ବଡ ଦୁଃଖ ଓ ପରିତାପର ବିଷୟ ହୋଇଥିବାର ମନ୍ଦିର ପରିଚାଳନା କମିଟିର ସଭ୍ୟ ବରେନ୍ଦ୍ର କୁମାର ପାଣି ପ୍ରକାଶ କରିଛନ୍ତି।
24
କୋଦୁଙ୍ଗାଲ୍ଲୁର୍ ୧୦.୨୨୨୨ ଉତ୍ତର ଅକ୍ଷାଂଶ ଓ ୭୬.୧୯୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯ ଫୁଟ ଉଚ୍ଚତାରେ ରହିଛି ।[୧]
25
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୋଦୁଙ୍ଗାଲ୍ଲୁର୍ ସହରର ମୋଟ ଜନସଂଖ୍ୟା ୩୩୫୪୩ ଅଟେ ।[୨] ସେଥି ମଧ୍ୟରୁ ୪୭.୩୫% ଜଣ ପରୁଷ ହୋଇଥିବା ବେଳେ ୫୨.୬୫% ଜଣ ନାରୀ ଅଟନ୍ତି । କୋଦୁଙ୍ଗାଲ୍ଲୁର୍ର ସାକ୍ଷରତା ହାର ୮୩.୪୬% ଅଟେ । ଏହା ଜାତୀୟ ହାର ଠାରୁ -୧୮.୬୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୦% ପ୍ରତିଶତ ପୁରୁଷ ଓ ୪୨.୭୬% ନାରୀ ଅଟନ୍ତି । ୧୦.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
26
ନିକୋଲା ଟେସ୍‌ଲା (ଜୁଲାଇ ୧୦, ୧୮୫୬ - ଜାନୁଆରୀ ୭, ୧୯୪୩) ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମି‌ଲ୍‌ଜା‌ନ୍‌ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ ।
27
ଟେସ୍‌ଲା ରେଡ଼ିଓର ଏକ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ବିଦ୍ୟୁତ କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ ବଦଳରେ ଆବର୍ତ୍ତୀ ବିଦ୍ୟୁତର ପ୍ରୟୋଗ ପାଇଁ ଟେସ୍‌ଲା ବେଶ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କଲା ବେଳେ କମ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତର ଚାହିଦା ବଢ଼ିଲା ।
28
ଟେସ୍‌ଲା ନ୍ୟୁୟର୍କର୍ ହୋଟେଲ୍‌ର ୩୩୨୭ କୋଠରୀରେ ଜାନୁୟାରୀ ୭, ୧୯୪୩ରେ ମୃତ୍ୟୁବରଣ କରିଥିଲେ । ବୁଦାପେଷ୍ଟରେ ଏକ ଟେଲିଫୋନ କମ୍ପାନୀରେ ସେ ପ୍ରଥମେ ଚାକିରୀ ପାଇଥିଲେ । ସେ ସବୁବେଳେ କିଛି ଉଦ୍ଭାବନ କରୁଥିଲେ । ଟେଲିଫୋନ ପାଇଁ ସେ ଲାଉଡ଼ସ୍ପିକରର ଉଦ୍ଭାବନ କରିଥିଲେ । ଟେସ୍‌ଲା କମ ବୟସରୁ ମାନସିକ ସମସ୍ୟାରେ ପିଡ଼ୀତ ଥିଲେ ।
29
ଟେସ୍‌ଲା ଜୁଲାଇ ୧୦, ୧୮୫୬ରେ ସ୍ମିଜିଲାନ୍, ଅଷ୍ଟ୍ରିଆରେ ଜନ୍ମ ହୋଇଥିଲେ । ତାଙ୍କ ପିତା ସର୍ବୀୟ ଗୀର୍ଜାରେ ଜଣେ ପୂଜକ ଥିଲେ ଓ ତାଙ୍କ ମାତା ଜଣେ ଗୃହିଣୀ ଥିଲେ । ପାଞ୍ଚ ସନ୍ତାନ ଭିତରେ ସେ ୪ର୍ଥ ଥିଲେ, ଉପରେ ଭାଇ ଡେନ୍, ଦୁଇ ଭଉଣୀ ଆଞ୍ଜେଲିକା ଓ ମିଲ୍‌କା ଓ ତଳେ ଭଉଣୀ ମାର୍ସିଆ ଥିଲେ ।
30
୧୮୬୧ରେ ତାଙ୍କ ବିଦ୍ୟାରମ୍ଭ ହେଲା | ୧୮୬୨ରେ ତାଙ୍କ ପରିବାର ଅଷ୍ଟ୍ରିଆର ଗସପିକ୍ ନାମକ ସ୍ଥାନକୁ ଚାଲିଗଲେ | ୧୮୭୦ରେ ଉଚ୍ଚ ବିଦ୍ୟାଳୟରେ ପଢିବା ଲାଗି ଟେସ୍ଲା କାର୍ଲୋଭାକ୍ ଗଲେ | ସେଠି ସେ ତାଙ୍କ ଗଣିତ ଅଧ୍ୟାପକଙ୍କଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋ‍ଇଥିଲେ | ସେ କାଲ୍‍କୁଲସ୍ରେ ଏପରି ଦକ୍ଷ ଥିଲେ ଯେ ତାକୁ ମାନସାଙ୍କ ପରି କଷି ପାରୁଥିଲେ, ଯାହା ବେଳେ ବେଳେ ତାଙ୍କ ଅଧ୍ୟାପକ ମାନଙ୍କୁ ଚକିତ ଓ ସନ୍ଦିହାନ କରି ଦେଉଥିଲା |
31
୧୮୭୩ରେ ସେ ନିଜ ଗାଁ ସ୍ମିଲ୍ୟାନ୍କୁ ଫେରନ୍ତେ କଲେରା ରୋଗାଗ୍ରସ୍ତ ହୋ‍ଇ ନ‍ଅ ମାସ ମୃତ୍ୟୁ ସହ ସଂଗ୍ରାମ କଲେ | ଯଦିଚ ତାଙ୍କ ବାପା ଚାହୁଁଥିଲେ ସେ ମଧ୍ୟ ପୂଜକ ହୁଅନ୍ତୁ, କିନ୍ତୁ ଏପରି ସମୟରେ (ଟେସ୍ଲାଙ୍କ ଏକମାତ୍ର ଭାଇ ଘୋଡାଚଢା ବେଳେ ମୃତ୍ୟୁବରଣ କରିଥିଲେ) ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ବାପା ତାଙ୍କୁ ଭଲ ଇଞ୍ଜିନିୟରିଂ କଲେଜ ପଠାଇବେ ବୋଲି ଆଶ୍ୱାସନା ଦେଲେ |
32
ବାଧ୍ୟତାମୂଳକ ସୈନ୍ୟ ସେବାରୁ ବଞ୍ଚିବା ଲାଗି ସେ ୧୮୭୪ରେ ଘରୁ ପଳାୟନ କଲେ | ଟୋମିଙ୍ଗାୟ ନାମକ ଏକ ପର୍ବତ ଓ ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷେ କାଳ ପ୍ରାକୃତିକ ପରିବେଶରେ ଯାଯାବର ଜୀବନ କାଟିଲା ପରେ ତାଙ୍କ ଇଞ୍ଜିନିୟରିଂ ପଢା ୧୮୭୫ରେ ଗ୍ରଜ୍ ସ୍ଥିତ ଅଷ୍ଟ୍ରିୟ ପଲିଟେକ୍ନିକ୍ରେ ଆରମ୍ଭ ହେଲା | ପ୍ରଥମ ବର୍ଷ ଟେସ୍ଲା ଏପରି ପରିଶ୍ରମୀ ଥିଲେ ଯେ ସେ ଗୋଟାଏ ସୁଦ୍ଧା କ୍ଲାସ୍ ଛାଡି ନଥିଲେ | ସର୍ବୋଚ୍ଚ ସମ୍ଭବ ମାର୍କ ଓ ନ‍ଅଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋ‍ଇ (ଉତ୍ତୀର୍ଣ୍ଣ ହେବା ଲାଗି ପାଞ୍ଚୋଟିର ଆବଶ୍ୟକତା ଥିଲା) ସେ ନିଜ ଡିନଙ୍କୁ ଏପରି ପ୍ରଭାବିତ କରିଥିଲେ ଯେ ଡିନ ସ୍ୱୟଂ ତାଙ୍କ ପିତାଙ୍କୁ ଏକ ପ୍ରଶଂସା ପୂର୍ଣ୍ଣ ଚିଠି ପଠାଇଥିଲେ | ଏପରିକି ଛୁଟି ଦିନରେ ମଧ୍ୟ ସେ ଭୋର ୩ରୁ ରାତି ୧୧ ଯାଏଁ କାର୍ଯ୍ୟବ୍ୟସ୍ତ ରହୁଥିଲେ | ପ୍ରମାଣ ସ୍ୱରୂପ ପିତାଙ୍କ ମୃତ୍ୟୁ ପରେ ଟେସ୍ଲା ତାଙ୍କ ପିତାଙ୍କୁ ତାଙ୍କ ଅଧ୍ୟାପକଙ୍କ ପ୍ରେରିତ ଚିଠିଗୁଡିଏ ପାଇଥିଲେ ଯେଉଁଥିରେ ଲେଖାଥିଲା ଟେସ୍ଲା ଯଦି କଲେଜ ନ ଛାଡନ୍ତି ତେବେ ଅତ୍ୟଧିକ କାର୍ଯ୍ୟଭାରରୁ ତାଙ୍କ ମୃତ୍ୟୁର ସମ୍ଭାବନା ରହିଛି | ଦ୍ୱିତୀୟ ବର୍ଷରେ ତାଙ୍କର ପ୍ରଫେସର୍ ପୋଏଶଲ୍‍ଙ୍କ ସହ ମତଭେଦ ହୋ‍ଇଥିଲା ଆଉ ବର୍ଷ ଶେଷ ଆଡକୁ ସେ ଜୁଆରେ ମାତି ନିଜ ବୃତ୍ତି ଟିକକ ମଧ୍ୟ ହରାଇଥିଲେ | ଶେଷ ବର୍ଷ ବେଳକୁ ତାଙ୍କ ଜୁଆ ନିଶା ଗଲାବେଳକୁ ଡେରି ହୋ‍ଇଯାଇଥିଲା | ସେ ଅପ୍ରସ୍ତୁତ ହୋ‍ଇ ନିଜ ଶେଷ ପରୀକ୍ଷା ଦେଲେ ଆଉ ଅସଫଳ ହେଲେ |
33
କଲେଜରୁ ପାସ୍ କରି ନ ପାରି ଏଇଠି ସେ ପାଠରେ ଡୋରି ବାନ୍ଧି ଟେସ୍ଲା ମାରିବୋର୍ ଚାଲିଗଲେ | ସେଠି ସେ ୬୦ ଫ୍ଲୋରିନ୍ ମାସିକ ଦରମାରେ ଡ୍ରାଫ୍ଟ୍ସମ୍ୟାନ କାମ କଲେ ଆଉ ବଳକା ସମୟତକ ତାସ୍ ଖେଳରେ ବ୍ୟତୀତ କଲେ | ତିରସ୍କାର ଭୟରେ ସେ ପରିବାର ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥିଲେ, ଏଣେ ତାଙ୍କ ବନ୍ଧୁମାନେ ଭାବିଲେ ସେ ମୁର ନଦୀରେ ବୁଡି ପ୍ରାଣ ହରାଇଛନ୍ତି | ଖବର ପାଇ ୧୮୭୯ରେ ତାଙ୍କ ପିତା ଯାଇ ଟେସ୍ଲାଙ୍କୁ ଫେରିଆସିବାକୁ ମଧ୍ୟ ଅନୁରୋଧ କରିଥିଲେ କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରିଦେଲେ |
34
ତେବେ ଅପ୍ରତ୍ୟାଶିତ ଭାବେ ବସବାସ ପରମିଟ୍ ନଥିବାରୁ ୨୪ ମାର୍ଚ୍ଚ ୧୮୭୯ରେ ତାଙ୍କୁ ଗ୍ସପିକ୍ ଫେରିବାକୁ ହିଁ ପଡିଲା | ମାସେ ପରେ ହିଁ ଅଗ୍ୟାଁତ ରୋଗରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଲା | ସେହି ବର୍ଷ ସେ ନିଜ ପୂର୍ବ ବିଦ୍ୟାଳୟରେ କିଛି ସମୟ ଅଧ୍ୟାପନା କରିଥିଲେ |
35
ତେ ୧୮୮୦ରେ ତାଙ୍କ ଦୁଇ ଜଣ ମାମୁଁଙ୍କ ବଦାନ୍ୟତାରୁ ସେ ଉଚ୍ଚ ଶିକ୍ଷା ଲାଗି ପ୍ରାଗ୍ ଗଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପହଞ୍ଚିବା ବେଳେ ନାଁଲେଖାର ସମୟ ସରିଯାଇଥିଲା | ସେ ମଧ୍ୟ ଦୁଇ ଜରୁରୀ ବିଷୟ ଗ୍ରୀକ୍ ଭାଷା ଓ ଚେକ୍ ଭାଷା ଶିଖି ନଥିଲେ | ତେବେ ପ୍ରମାଣପତ୍ର ନ ମିଳୁ ପଛେ ଟେସ୍ଲା ଚାର୍ଲ୍ସ୍-ଫର୍ଡିନାଣ୍ଡ ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରିଥିଲେ |
36
୧୮୮୧ରେ ସେ ଚାକିରି ସନ୍ଧାନରେ ବୁଦାପେଷ୍ଟ ଯାଇଥିଲେ | କିଛି ଦିନ ପୁନର୍ବାର ଡ୍ରାଫ୍ଟ୍ସମ୍ୟାନ ଭାବେ କାମ କଲା ପରେ ସେ ନବନିର୍ମିତ ବୁଦାପେଷ୍ଟ ଟେଲିଫୋନ୍ ଏକ୍ସଚେଞ୍ଜରେ ମୁଖ୍ୟ ଇଲେକ୍ଟ୍ରିସିଆନ୍ ଭାବେ ଚାକିରି ପାଇଲେ | ଟେସ୍ଲାଙ୍କ ଅନୁସାରେ ସେ ନିଜ କାର୍ଯ୍ୟକାଳରେ ଟେଲିଫୋନ ରିପିଟର (ଆମ୍ପ୍ଲିଫାୟର୍)ରେ କିଛିଟା ସୁଧାର କରିଥିଲେ, ଯଦିଓ ଏହାର କୌଣସି ପାଟେଣ୍ଟ କରାଯାଇ ନଥିଲା |
37
୧୮୮୨ ମସିହାରେ ଟେସ୍ଲା ଫ୍ରାନ୍ସରେ କଣ୍ଟିନେଣ୍ଟାଲ ଏଡିସନ କମ୍ପାନୀ ଲାଗି କାମ କରିବା ଆରମ୍ଭ କଲେ । ଜୁନ ୧୮୮୪ରେ ଥୋମାସ ଏଡିସନଙ୍କ ଏଡିସନ ମେସିନ୍ ୱାର୍କରେ କାମ କରିବା ଲାଗି ନିଉୟର୍କ ଚାଲିଗଲେ । ପ୍ରଥମେ ସରଳ ଇଞ୍ଜିନିୟରିଂ କାମରୁ ଆରମ୍ଭ କଲାପରେ ସେ ଅଧିକ ଜଟିଳ କାର୍ଯ୍ୟରେ ମନୋନିବେଶ କଲେ ।
38
ଏଡିସନ କମ୍ପାନୀର ଡ଼ିସି ଜେନେରେଟର ନୂଆ କରି ଡ଼ିଜାଇନ୍ କରିବାର ଦାୟିତ୍ୱ ତାଙ୍କୁ ଦିଆଗଲା । ସେ ଦାବୀ କଲେ ଯେ କମ୍ପାନୀର ଅକ୍ଷମ ଜେନେରେଟର ଗୁଡ଼ିକୁ ସେ ପୁନର୍ବାର ଡିଜାଇନ୍ କରିଦେଲେ ଅର୍ଥ ବ୍ୟୟ ଛଡ଼ା ସେବାରେ ମଧ୍ୟ ଉନ୍ନତି ଘଟିବ । ଟେସ୍ଲା କହିବା ଅନୁସାରେ କାର୍ଯ୍ୟରେ ସଫଳ ହେଲେ ତାଙ୍କୁ ୫୦,୦୦୦ ଡ଼ଲାର ପୁରସ୍କାର ଦେବାକୁ ଏଡିସନ୍ ପ୍ରତିଶ୍ରୁତି ଦେଇଥିଲେ । ବାସ୍ତବରେ ଏଡିସନ୍ କମ୍ପାନୀ ଦରମା ଦେବାରେ ଅତ୍ୟନ୍ତ କଞ୍ଜୁସ୍ ଥିଲା ଓ କମ୍ପାନୀ ପାଖରେ ଏତେ ଅର୍ଥରାଶି ମଧ୍ୟ ନଥିଲା । କିଛି ମାସର କଠିନ ପରିଶ୍ରମ ପରେ ଟେସ୍ଲା ସଫଳ ହେବା ପରେ ନିଜ ପୁରସ୍କାର ବିଷୟରେ ପଚାରନ୍ତେ ଏଡିସନ କହିଲେ ଯେ ସେ କେବଳ ମଜାରେ ପୁରସ୍କାର କଥା କହିଥିଲେ : "ତୁମେ ଆମେରିକୀୟ ଥଟ୍ଟା ବୁଝିପାରିଲନି।" ବରଂ ପୁରସ୍କାର ବଦଳରେ ସେ ଟେସ୍ଲାଙ୍କ ସାପ୍ତାହିକ ଦରମା ୧୮ ଡଲାରରୁ ବଢାଇ ୨୮ ଡଲାର କରିବାର ପ୍ରସ୍ତାବ ଦେଲେ । ଏହାକୁ ଟେସ୍ଲା ପ୍ରତ୍ୟାଖ୍ୟାନ କରି ତୁରନ୍ତ କମ୍ପାନୀରୁ ଇସ୍ତଫା ଦେଲେ ।
39
ରାଜା କୀର୍ତ୍ତି ବର୍ମାଙ୍କର ବିଶାଳ ଦେଶରେ ଶାସନ ଥିଲା । ତାଙ୍କ ଶାସନ ଯୋଗୁଁ ତାଙ୍କ ରାଜ୍ୟ ସମୃଦ୍ଧିଶାଳୀ ଥିଲା ଓ ସେଠାକାର ପ୍ରଜାମାନେ ଅତ୍ୟନ୍ତ ଶାନ୍ତି ତଥା ଆନନ୍ଦରେ ରହୁଥିଲେ । ପଡୋଶୀ ରାଜ୍ୟର ବିଦୁଷକ ଥରେ ସେ ରାଜାଙ୍କ ସହିତ ଆସି କଥା କହୁ କହୁ କହିଲେ, “ଆପଣଙ୍କ ରାଜ୍ୟରେ ଶାନ୍ତି, ଆନନ୍ଦ, ବିଭବ ସବୁ ବିରାଜମାନ କରୁଛି । ହେଲେ ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ମୂର୍ଖଙ୍କ ସଂଖ୍ୟା ମଧ୍ୟ ଶହେ ବାର ।”
40
ଏହା ଶୁଣି ସେ ରାଜା ଟିକିଏ ନୀରବ ରହି କହିଲେ, “ମୋ ରାଜ୍ୟରେ ତ ଛୋଟ ବଡ ମିଶି ଶହେ ବାରଟି ଗାଁ । ମନେହୁଏ ପ୍ରତ୍ୟେକ ଗ୍ରାମରେ କେହି ନା କେହି ଜଣେ ମୂର୍ଖ ରହିଥା’ନ୍ତି ।”
41
ବିଦୁଷକ କହିଲେ, “କଥା କ’ଣ କି ରାଜ୍ୟ ତ ଶାନ୍ତିରେ ପୂର୍ଣ୍ଣ । ମୁଖିଆମାନଙ୍କର ତ କୌଣସି ଆବଶ୍ୟକତା ନାହିଁ । ତଥାପି ସେମାନେ ବସି ଖାଉଛନ୍ତି । ଲାଗୁଛି ସେଇମାନେ ହିଁ ମୂର୍ଖ ।”
42
ସେଠାରେ ରାଜାଙ୍କ ବିଦୁଷକ ବିକଟହାସ ମଧ୍ୟ ଠିଆ ହୋଇଥିଲେ । ସେ କହିଲେ, “ମହାରାଜ, ଏହି ମହାଶୟଙ୍କ ହିସାବ ମୋଟେ ଠିକ୍ ନୁହେଁ । ଏବେ ତ ଆମ ରାଜ୍ୟର ମୂର୍ଖଙ୍କ ସଂଖ୍ୟା ଶହେ ତେର ।”
43
ତା’ପରେ ବିକଟହାସ ଦାବନ ଦେଇ କହିଲେ, “ଆଜ୍ଞା ଶେଷ ଜଣକ ହେଲେ ଏହି ମହୋଦୟ । ସେ କେବଳ ପୁରସ୍କାର କଥା ମନରେ ରଖି ହିଁ ଆପଣଙ୍କୁ ପ୍ରଶଂସା କରି ଚାଲିଛନ୍ତି । ବୁଝିଲେ ଆଜ୍ଞା?” ମାତ୍ର ତାଙ୍କ ବ୍ୟଙ୍ଗରେ ଅତିଥି ବିଦୁଷକ ପ୍ରହାସ ଆଦୌ ବିଚଳିତ ହେଲେ ନାହିଁ । ସେ କହିଲେ, “ମୁଁ ପୁରସ୍କାର ପାଇଁ ଆସିଛି ବା ନୁହେଁ, ତାହା ତ ପରର କଥା । ରାଜା ମୋ କଥାରେ ଖୁସି ହେଲେ ତ ଜାଣ ମୁଁ ସବୁ ପାଇଗଲି । ରାଜ୍ୟର ଚତୁର୍ଦ୍ଦିଗ ବିଭବରେ ପୂର୍ଣ୍ଣ, ସର୍ବତ୍ର ଆନନ୍ଦ ଶାନ୍ତି ବିରାଜମାନ କରୁଛି ଏସବୁ ଦେଖି ପ୍ରଶଂସା ନକରି କିଏ ବା ଆଉ ରହିପାରିବ? ଯିଏ ବି ମହାରାଜାଙ୍କର ପ୍ରଶଂସା ନ କରିବ ସେ ମୂର୍ଖ ।” ପ୍ରହାସଙ୍କ କଥା ଶୁଣି ରାଜା ହସି ପକାଇଲେ ଓ କହିଲେ, “ମୁଁ ଜାଣିନି ଯେ ମୁଁ ତୁମର ପ୍ରଶଂସା ଦ୍ୱାରା ନା ବାକ୍ପଟୁତା ଦ୍ୱାରା ପ୍ରଭାବିତ ହୋଇଛି । ତେବେ ତୁମେ ପୁରସ୍କାର ପାଇବାର ଯୋଗ୍ୟ ଏବଂ ପାଇବ ମଧ୍ୟ ।”
44
ଗପ ସାରଣୀ Select Category ଅବୋଲକରା କାହାଣୀ ଅର୍ବାଚୀନ ଗପ ଆକବର ବିରବଲ ଗୋପାଳ ଭାଣ୍ଡ ଜହ୍ନ ମାମୁଁ ଜାତକ କଥା ଜୀବନୀ ତେନାଲୀରାମା ପଞ୍ଚତନ୍ତ୍ର ପରୀ କାହାଣୀ ପୌରାଣିକ ବତ୍ରିଶ ସିଂହାସନ ବିକ୍ରମ ବେତାଳ ବିଦେଶୀ ଗଳ୍ପ ଭୂତ କାହାଣୀ ମନ ଭୁଲା କାହାଣୀ ମନୋହର କାହାଣୀ ଯଦୁମଣି ରହସ୍ୟ ରାଜକୁମାରୀଙ୍କ କାହାଣୀ ଶୁଆ ଶାରୀ କଥା ହିତୋପଦେଶ କାହାଣୀ
45
ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ
46
ସ୍ୱାସ୍ଥ୍ୟର ସୁରକ୍ଷା ନା କେବେଳ ପ୍ରତ୍ୟେକଙ୍କ ଅଧିକାର ଅଟେ ଏହା ପ୍ରତ୍ୟେକଙ୍କ ଦାଇତ୍ୱ ଅଟେ । ମାଗଣାରେ ସ୍ୱାସ୍ଥ୍ୟ ସୁରକ୍ଷା ଜ୍ଞାନ ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
47
ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଶାରୀରିକ ବ୍ୟାୟାମ କି ଯୋଗ କରିବା ଉଚିତ। ଏହା ଉଭୟ ମନ ଓ ଶରୀର କୁ ସୁସ୍ଥ ରଖିବାରେ ସହାୟ ହୁଏ ।
48
କେତେକ ମନେ କରନ୍ତି ଯେ ଏକଘଣ୍ଟାରୁ କମ୍ ସମୟ ବ୍ୟାୟାମ କଲେ ଶରୀର ପାଇଁ ଲାଭଦାୟକ ନୁହେଁ। କିନ୍ତୁ ଏହା ଠିକ୍ ନୁହେଁ, ଏଥିପାଇଁ ଅଧିକ ସମୟ ଦେବା ଦରକାର ନହିଁ । ଅଳ୍ପ କିଛି ସମୟ ଯୋଗବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ।
49
ଯୋଗର କିଛି ପଦ୍ଧତି ରହିଛି । ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ। ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ । ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଫିଟ୍ ଓ ଶାନ୍ତ ଅନୁଭବ କରିବେ। ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତ ବୃଦ୍ଧି ପାଇଥାଏ । ଯଦି ନିୟମିତ ଯୋଗକୁ କରିବାକୁ ଚାହୁଁଛନ୍ତି ତା’ହେଲେ ନିମ୍ନଲିଖିତ ଟିପ୍ସଗୁଡ଼ିକ ଉପରେ ଧ୍ୟାନ ରଖିବା ଜରୁରୀ।
50
ଯୋଗକୁ କରିବା ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷା କରାଇ ନେବା ଉଚିତ। କାରଣ ଅସୁସ୍ଥ ଥିଲେ ଏହା କରିବା ଅନୁଚିତ।
51
– ଯୋଗକୁ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ପ୍ରକୃଷ୍ଠ ସ୍ଥାନ। ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରନ୍ତୁ। ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା କରି ଦିଅନ୍ତୁ। ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ।
52
ସୂର୍ଯ୍ୟକିରଣରେ ରହିଛି ଅସରନ୍ତି ଶକ୍ତି। ସୁସ୍ଥ ଶରୀର ପାଇଁ ଏହି ସୂର୍ଯ୍ୟକିରଣ ଏକାନ୍ତ କାମ୍ୟ। ସମସ୍ତେ ଜାଣନ୍ତି ଏହି କିରଣରେ ରୋଗନାଶକ ତତ୍ୱ ରହିଛି। ହେଲେ ଏବେ ଯେଉଁ ତଥ୍ୟ ଆସିଛି ତାହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି ସୂର୍ଯ୍ୟକିରଣରେ କ୍ୟାନ୍ସର ପ୍ରତିରୋଧକ ଶକ୍ତି ରହିଛି। ଯଦି ଆପଣ ସକାଳେ କିଛି ସମୟ କଂଅଳ ଖରାରେ ବସିବେ କିମ୍ବା କିଛି କାର୍ଯ୍ୟ କରିବେ। ତେବେ ଆପଣଙ୍କୁ କ୍ୟାନ୍ସର ହେବ ନାହିଁ। କାରଣ ଏଥିରେ ଥିବା ଭିଟାମିନ୍‌ ‘ଡି’ରେ କ୍ୟାନ୍ସର ଜୀବାଣୁକୁ ନିଷ୍କ୍ରିୟ କରିବାର କ୍ଷମତା ରହିଛି।
53
ସେହିପରି ମାନସିକ ଚାପ , ଅନିଦ୍ରା ପରି ସମସ୍ୟା ଭୋଗୁଥିଲେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ବସନ୍ତୁ । ଗବେଷଣାରୁ ଜଣାପଡିଛି ଶରୀରରେ ସୂର୍ଯ୍ୟକିରଣ ପର୍ଯ୍ୟାପ୍ତ ପରିମାଣରେ ମିଳିବା ଦ୍ୱାରା ବ୍ଲଡ କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇପାରିବେ । ବ୍ଲଡ କ୍ୟାନ୍ସର ସଂକ୍ରାନ୍ତରେ ୧୩୨ଦେଶକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯାଥିଲା। ଫଳସୂରୁପ ଉପରୋକ୍ତ ସିଦ୍ଧାନ୍ତରେ ବୈଜ୍ଞାନିକମାନ ଉପନୀତ ହୋଇଥିଲେ। ଗବେଷଣା ଅନୁଯାୟୀ
54
ଯେଉଁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟକିରଣ ମିଳେ ସେଠି ଲୋକଙ୍କ ଶରୀରରେ ଭିଟାମିନ ଡି ର ଅଭାବ ଦେଖାଯାଏ ନାହିଁ । କିନ୍ତୁ ସୂର୍ଯ୍ୟକିରଣରୁ ବଞ୍ଚିତ ହେଉଥିବା ଲୋକେ ବିପରୀତ ସମସ୍ୟାରେ ପଡ଼ିଥାଆନ୍ତି। ତେବେ ଏହା ଅର୍ଥ ନୁହଁ ଯେ, ସବୁ ବ୍ଲଡ କ୍ୟାନ୍ସର ରୋଗୀ ସୂର୍ଯ୍ୟ କିରଣ ଅଭାବନିତ। ମୁଖ୍ୟତଃ ସୂର୍ଯ୍ୟକିରଣରେ ଥିବା ଭିଟାମିନ୍‌ ଡି କ୍ୟାନ୍ସର ପ୍ରତିରୋଧକ ଶକ୍ତି ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
55
ଏହି ଗବେଷଣାର ଆଧାରରେ କାଲିଫର୍ନିଆ ୟୁନିଭରର୍ସିଟିର ଅଧ୍ୟାପକ କହିବା ଅନୁସାରେ ବ୍ଲଡ କ୍ୟାନସର ଅର୍ଥାତ ଲ୍ୟୁକୋମିୟା ହେବାର ପ୍ରମୁଖ କାରଣ ଶରୀରରେ ଭିଟାମିନ ଡିର ଅଭାବ ହୋଇଥାଏ ।
56
ଥଣ୍ଡା ଦିନରେ ଜଳବାୟୁରେ ହଠାତ୍ ପରିବର୍ତ୍ତନକୁ ଆମ ଶରୀର ଗ୍ରହଣ କରିପାରେ ନାହିଁ। ଫଳରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ। ତେଣୁ ଏହି ଦିନରେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସେଥିପାଇଁ ପୋଷାକପତ୍ର ଠାରୁ ଆରମ୍ଭ କରି ଖାଇବା-ପିଇବାରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଶୀତ ଦିନରେ ଗୁଡ଼ ସେବନର ଉପକାରିତା ବିଷୟରେ ଜଣାଇବୁ।
57
୧- ଗୁଡ଼ ରକ୍ତ ପରିଷ୍କାର କରିବା ସହିତ ମେଟାବୋଲିଜିମର ମାତ୍ରା ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ଼ ମିଶାଇ ଖାଇଲେ ଅନେକ ଫାଇଦା ହୋଇଥାଏ। ଗ୍ୟାସ୍‌ଟ୍ରିକ୍ ରୋଗ ପାଇଁ ଗୁଡ଼ ଔଷଧ ଭଳି କାମ କରେ। ଖାଇସାରିବା ପରେ ପ୍ରତିଦିନ ଗୁଡ଼ ଖାଇଲେ ଗ୍ୟାସଟ୍ରିକ ହୋଇନଥାଏ।
58
୨- ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥିସହିତ ଏନିମିୟା ରୋଗୀଙ୍କ ପାଇଁ ଗୁଡ଼ର ସେବନ ଖୁବ୍ ଉପକାରୀ ହୋଇଥାଏ।
59
୩- ଗୁଡ଼ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଶରୀରକୁ ଚମକ ପ୍ରଦାନ କରିଥାଏ। ଏହାର ନିୟମିତ ସେବନରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।
60
୪- ଗୁଡ଼ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀର ଉଷୁମ ରହିଥାଏ। ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ। ଗୁଡ଼ ଖାଇଲେ ସଂକ୍ରମଣ ଜନିତ ରୋଗରୁ ବି ମୁକ୍ତି ମିଳିଥାଏ।
61
୫- ଗୁଡ଼ରେ ମ୍ୟାଗ୍ନେସିୟମ ପରିମାଣ ଅଧିକ ଥାଏ। ଏହା ଶରୀର ମାଂସପେଶୀ ଓ ଶିରାପ୍ରଶିରାକୁ ଫୂର୍ତ୍ତି ପ୍ରଦାନ କରିଥାଏ। ଗୁଡ଼ ଶରୀରର ଥକାପଣ ଦୂର କରିବା ସହିତ ରକ୍ତଚାପ ନିୟନ୍ତ୍ରଣ କରିଥାଏ।
62
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ ସମୟରେ ଖାଦ୍ୟ , ପାନୀୟ ଓ ନିଦ୍ରା ନିହାତି ଜରୁରୀ । ସବୁ କାମ ପାଇଁ କିଛି ନିର୍ଦ୍ଧିଷ୍ଟ କଥା ରହିଛି । ଯାହାକୁ ନ ମାନି ଚଳିଲେ ଆମେ ଅସୁବିଧାର
63
ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକା ଏବଂ ଭାରତ ମଧ୍ୟରେ ଏବେ ବାଣିଜ୍ୟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଭାରତ ପକ୍ଷରୁ ଆମେରିକା ସହିତ ଉତ୍ତମ ବାଣିଜ୍ୟିକ ସମ୍ପର୍କ ରଖିବା ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆସନ୍ତା ୭ରୁ ୮ ବର୍ଷ ମଧ୍ୟରେ ଆମେରିକାଠାରୁ ପ୍ରାୟ ୧୦୦୦ ବେସାମରିକ ବିମାନ କିଣିବା ଲାଗି ଭାରତ ଆଗ୍ରହ ପ୍ରକାଶ କରିଛି। କେବଳ ବିମାନ ନୁହେଁ, ଆମେରିକାରୁ ଭାରତ ଅଧିକ ପରିମାଣର ଅଶୋଧିତ ତେଲ ମଧ୍ୟ କିଣିବାକୁ ପଦକ୍ଷେପ ନେଇଛି। ଗତ ସପ୍ତାହରେ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଆମେରିକୀୟ ପ୍ରତିପକ୍ଷଙ୍କୁ ଭେଟିବା ସମୟରେ ଏହି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
64
ଆଜିାକାଲି ଅନ୍‌ଲାଇନ୍‌ରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବାକୁ ସହଜ ଉପାୟ ମନେ କରୁଛନ୍ତି ଲୋକେ। ଏଥି ଲାଗି ଅନେକ ସାଇଟସ୍‌ ଅଛି । ଏତଦ୍‌ବ୍ୟତୀତ ଧର୍ମ ଓ ଜାତି ଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍‌ ଉପଲବ୍ଧ । ଏହି ସାଇଟସ୍‌ମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ ।
65
-ପଂଜିକରଣ ଲାଗି ଏକ ସର୍ଟ ଫର୍ମ ରହିଛି, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ । ଆପଣ ଚାହିଁଲେ ସେଥିରେ ନିଜର ଫଟୋ ମଧ୍ୟ ଲଗାଇପାରିବେ ।
66
ଓ୍ଵବସାଇଟ୍‌ରେ ନିଜର ପ୍ରୋଫାଇଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ଚାରି ପାଞ୍ଚଜଣଙ୍କର ପ୍ରୋଫାଇଲ୍‌କୁ ଭଲଭାବେ ପଢ଼ନ୍ତୁ । ସେଥିରୁ ଆପଣଙ୍କର ଆଇଡିଆ ଆସିଯିବ ଯେ ପ୍ରୋଫାଇଲରେ କ’ଣ ଓ କିପରି ଲେଖାଯିବ ।
67
– ପ୍ରୋଫାଇଲ୍‌ରେ ନିଜର ବା ନିଜ ପରିବାରର ପ୍ରଶଂସା ଆଦୌ ସୂଚିତ କରନ୍ତୁ ନାହିଁ । ସେପରି କଲେ ପ୍ରୋଫାଇଲ୍‌ ପଢ଼ିବା ଲୋକ ଆପଣଙ୍କୁ ଗର୍ବୀ ମନେକରିପାରେ । ଏଣୁ ଯଥାସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ ।
68
ଓ୍ଵବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିବାପରେ ଆପଣଙ୍କୁ ୟୁଜର୍‌ଆଇଡି ଓ ପାସ୍‌ଓ୍ଵାର୍ଡ ଦିଆଯିବ, ଯାହା ଦ୍ୱାରା ଆପଣ ଏହି େଓ୍ଵବ୍‌ସାଇଟ୍‌ରେ ସାଇନ୍‌ଇନ୍‌ କରିପାରିବେ ।
69
– ଫର୍ମ ପୂରଣ କରିବା ସମୟରେ ଆପଣଙ୍କୁ ନିଜର ମେଲ ଆଇଡି ଦେବାକୁ ପଡିବ, ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣ ହେବା ପରେ ସେହି ମେଲ୍‌ ଆଇଡି ରେ ଆପଣଙ୍କ ପାଖକୁ ରେଜିଷ୍ଟ୍ରେସନ୍‌ ଲାଗି ଏକ ମେଲ୍‌ ପଠାଯିବ ।
70
– ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣଭାବେ ‘ ଫ୍ରି’ ଅଟେ, କିନ୍ତୁ ଅନ୍ୟମାନଙ୍କର ପ୍ରୋଫାଇଲ୍‌ ଦେଖିବାକୁ ହେଲେ ଆପଣଙ୍କୁ ଫିସ୍‌ ଦେବାକୁ ପଡିବ । ଆପଣ ଛଅ ମାସରୁ ଏକ ବର୍ଷ ଯାଏଁ ମେମ୍ବରସିପ୍‌ ମଧ୍ୟ ନେଇପାରନ୍ତି ।
71
ଶ୍ରେୟ – ଆପଣ ଏହି କାମଟିର ଶ୍ରେୟ ମୂଳ ଗଢ଼ାଳି ବା ଲାଇସେନ୍ସକାରଙ୍କ ଦେଇ ଦିଆଯାଇଥିବା ପ୍ରଣାଳିରେ ଦେଇପାରିବେ (କିନ୍ତୁ ସେମାନେ ଆପଣଙ୍କ ପ୍ରଚାର କରିବେ ନାହିଁ) ।
72
ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ୍ ଶତ୍ରୁଘ୍ନ ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ “ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଆମ ଭାଷା କେତେ ବିକଶିତ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଘରର ଅଧ୍ୟକ୍ଷ ବିଭୂତି ଭୂଷଣ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ଓଡିଆ ଭାଷାର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଏହା ଷଷ୍ଠ ଶାସ୍ତ୍ରୀୟ ଭାଷାର ମର୍ଯ୍ୟଦା ପାଇଥିବାରୁ ଏହା ଆମ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅଭିହିତ କରିଥିଲେ। ସାହିତ୍ୟଘରର ଉପସଭାପତି ରଶ୍ମିକାନ୍ତ ରଥ ଓଡ଼ିଆ ଭାଷାର ଗତି ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ବେହେରା ଓଡ଼ିଆ ଭାଷା ପ୍ରତି ମମତା ଜାଗ୍ରତ କରିବାସହ ଏହାର ପ୍ରଚାର, ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅଧିବେଶନରେ ସଭାପତି ବିଭୂତି ଭୂଷଣ ସାହୁ, ସମ୍ପାଦକ ତ୍ରିନାଥ ସାହୁ, ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ, ରଶ୍ମିକାନ୍ତ ରଥ, ଦୟାନିଧି ସାହୁ, ମହେନ୍ଦ୍ର କୁମାର ପାଣିଗ୍ରାହୀ, ବୀରବର ସାହୁ, ବିଭୂତି ଭୂଷଣ ପାଣି, ଅନିତା ପାଣି, ରାଜକିଶୋର ସାହୁ, ଜିନେସ ସାହୁ, ନିରଞ୍ଜନ ଜେନା, ଦିଗାମ୍ବର ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।
73
ମାଲକାନଗିରି,୨୮।୧୦(ଡି.ଏନ.ଏ) - ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ଧାକଡ଼ରାଶି ନିକଟରେ ଜଣଙ୍କୁ ପୋଲିସ ସୂଚନାକାରୀ ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ୫ ମାଓବାଦୀଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ୨ ଟି ଟାଙ୍ଗିଆ ଜବତ କରିଛି ା ଗତ ୨୩ ତାରିଖ ରାତିରେ ବରଗୁଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କୁ କିଛି ବ୍ୟକ୍ତି ଦେଶିଆ ନାଟକ ଦେଖିବାକୁ ନିକଟସ୍ଥ ଧାକଡ଼ରାଶି
74
ଅନୁଗୋଳ ଅଫିସ୨୮ା୧୦- ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ବନବିଭାଗର ସମ୍ପତ୍ତି ନଷ୍ଟ କରିବା ଓ ରାଜପଥ ଅବରୋଧ କରିବା ଅଭିଯୋଗରେ ଶନିବାର ପୋଲିସ ୯ ଜଣଙ୍କୁ ଗିରଫ କରିଛି।
75
କଟକ ଅଫିସ,୨୮।୧୦: ଢେଙ୍କାନାଳ ଜିଲାରେ ଶନିବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରବିବାର ମୁଖ୍ୟମନ୍ତ୍ରୀ କ୍ରାଇମ୍‌ବ୍ରାଞ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
76
ଜୟପୁର, ୨୭।୧୦: ରାଜସ୍ଥାନର ହନୁମାଗଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନାତି ଆଶାରେ ୨ ମାସର ନାତୁଣୀକୁ ପାଣି ଟାଙ୍କିରେ ବୁଡାଇ ମାରି ଦେଇଛନ୍ତି ଜେଜେ ମା’। ଘଟଣା ପରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ନିଜେ ନାତୁଣୀ କୁଆଡେ ଗଲା ବୋଲି ଖୋଜାଖୋଜି କରିଥିଲେ।
77
ଖୋର୍ଦ୍ଧା ଅଫିସ,୨୭।୧୦(ଡି.ଏନ୍‌.ଏ.): ରାଜ୍ୟ ସଭା ସଦସ୍ୟ ତଥା ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କୁ ହତ୍ୟା ଉଦ୍ୟମ ଏବଂ ତାଙ୍କ କାର ଉପରକୁ ବୋମାମାଡ଼ ଘଟଣାକୁ ଇତିମଧ୍ୟରେ ୨୬ ଦିନ ବିତିଯାଇଛି। ଇତିମଧ୍ୟରେ ପୋଲିସ କେବଳ ୨ ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି।
78
ଆନନ୍ଦପୁର,୨୭।୧୦(ସ୍ବ.ପ୍ର.): ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଘସିପୁରା ଭାଜପା ଯୁବ ସଭାପତି ଆଶିଷ ବେହେରାଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ଆନନ୍ଦପୁର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁକୁ ଗିରଫ କରିଛି।
79
ଯାଜପୁର ଅଫିସ, ୨୭।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ପାହାଡ଼ ଓ ବାଲି ଘାଟ ଉପରେ ଶନିବାର ପୂର୍ବାହ୍ନରେ ଚଢାଉ ହୋଇଛି। ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରଓ୍ବାଲ ଓ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳେ ଚଢ଼ାଉକରି ୮ ଟ୍ରାକ୍ଟର ଓ ୨ ମେଶିନ ଜବତ କରିଛନ୍ତି।
80
କୋରେଇ,୨୭ା୧୦(ସ୍ବ.ପ୍ର.)- ଜାରକା ବଜାରରେ ଫାଇନାନ୍ସ କମ୍ପାନୀର ସେଲ୍ସ ଏକଜିକ୍ୟୁଟିଭଙ୍କୁ ଅପହରଣ ଉଦ୍ୟମ ଘଟଣାରେ କମ୍ପାନୀର କର୍ମଚାରୀ ଅରବିନ୍ଦ ଷଡ଼ଙ୍ଗୀ ଶୁକ୍ରବାର ଏସ୍‌ପି ଚରଣ ସିଂ ମୀନାଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ମୀନା ପ୍ରତିଶ୍ରୁତି ଦେଇଛନ୍ତି।
81
ହାଟଡିହୀ, ୨୬।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବାଙ୍ଗୋର ଗ୍ରାମରେ ରାଜନୈତିକ ହିଂସା ଉଗ୍ରରୂପ ନେଇଛି। ଏକ ନିର୍ଦ୍ଧିଷ୍ଟ ଦଳର ଜଣେ କର୍ମୀଙ୍କୁ ଶୁକ୍ରବାର ଅନ୍ୟ ଦଳର କର୍ମୀମାନେ ଗାଁ ଦାଣ୍ଡରେ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
82
ଯୋଡ଼ା, ୨୬।୧୦(ଡି.ଏନ.ଏ.): ଯୋଡ଼ା ସହରାଞ୍ଚଳରେ ଚୋରି ହୋଇଯାଇଥିବା ୨ ବାଇକକୁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ରୁସ୍ତମ ଖାନ। ଯୋଡ଼ା ସହରର ଝୁମ୍ପୁଡ଼ି ହଟିଂର ରଞ୍ଜନ ମହାପାତ୍ରଙ୍କ ବାଇକ୍‌ ନଂ ଓଆର୦୯କ୍ୟୁ ୯୨୯୪ ଓ ମହୋତା ନସିଂ ହୋମ ନିକଟସ୍ଥ ହୋଟେଲରୁ ନରେନ୍ଦ୍ର ଗିରିଙ୍କ ବାଇକ ନଂ ଓଡ଼ି୦୯ଏ ୬୦୦୭ ଗତ ୨୩ରେ ଚୋରି ହୋଇଥିଲା।
83
ତିହିଡ଼ି,୨୬।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହିସ୍ଥିତ ଏକ ଇଟାଭାଟି ପାଖରୁ ଗୁରୁବାର ରାତିରେ ସ୍ଥାନୀୟ ପୋଲିସ ୧୫୦ ବସ୍ତା କୋଇଲା ଜବତ କରିଛି। ଏନେଇ ତିହିଡ଼ି ଥାନାରେ ଏକ ମାମଲା(ନଂ.୩୬୩/୧୮) ରୁଜୁ କରାଯାଇଛି।
84
ଖଣ୍ଡପଡ଼ା,୨୬ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳର ଜଣେ ବଳାତ୍କାର ପୀଡ଼ିତା ନାବାଳିକା କଣ୍ଟିଲୋ ନିକଟ କମେଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଲଜ୍ଜା ଓ ଅପମାନ ସହି ନ ପାରି ସେ ଏପରି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିବା ଜଣାପଡିଛି।
85
ନିମାପଡ଼ା,୨୬।୧୦(ଡି.ଏନ୍‌.ଏ.): ଓଡ଼ିଶାର କଳା, ସଂସ୍କୃତି କୋଣାର୍କର ସୂର୍ଯ୍ୟମନ୍ଦିର, ଜଗନ୍ନାଥ ସଂସ୍କୃତି ବିରୋଧରେ କଟୁ ମନ୍ତବ୍ୟ ଦେଇ ଗିରଫ ହେବା ପରେ ନିମାପଡ଼ା ଜେଲରେ ଅଛନ୍ତି ଅଭିଜିତ୍‌ ଆୟର ମିତ୍ର।
86
ଛତ୍ରପୁର,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ପୋଲସରାର ମନୋଜ ସାହୁ ଓ ଖୋର୍ଦ୍ଧା ଜିଲା କାଇପଦରର ମୁନା ଓରଫ ବିଶ୍ୱଜିତ୍‌ ବାରିକ। ଉଭୟଙ୍କ ଡାହାଣ ଗୋଡରେ ଗୁଳି ବାଜିଛି।
87
ଭୁବନେଶ୍ୱର, ୨୬।୧୦(ବ୍ୟୁରୋ)- ଓଡିଶା ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ କଟୁ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ୍‌ ଆୟର ମିତ୍ରଙ୍କୁ କୋଣାର୍କ ପୋଲିସ ଗୁରୁବାର ୪ ଦିନିଆ ରିମାଣ୍ଡରେ ନେଇଛି। କୋଣାର୍କ ଥାନାର ଏକ ଟିମ୍‌ ଗୁରୁବାର ସନ୍ଧ୍ୟାରେ ତାଙ୍କୁ କଡା ସୁରକ୍ଷା ବଳୟରେ ଝାରପଡା ଜେଲରୁ କୋଣାର୍କ ଥାନାକୁ ନେଇଥିଲେ।
88
ଭୁବନେଶ୍ୱର, ୨୬।୧୦(ବ୍ୟୁରୋ)- କ୍ୟାପିଟାଲ ଥାନା ପଛପଟ ଥିବା ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଗୁରୁବାର ଚଢ଼ାଉ କରି ୧୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେଠାରୁ ୩ ପ୍ୟାକେଟ ତାସ୍‌ ଏବଂ ୨୦ ହଜାର ଟଙ୍କା ଜବତ କରାଯାଇଛି।
89
କଟକ ଅଫିସ, ୨୬।୧୦- ରାଜ୍ୟରେ କେହି ଭୋକିଲା ରହିବେ ନାହିଁ। ଖାଦ୍ୟ ସୁରକ୍ଷା ଆଇନରୁ କାହାକୁ ବଞ୍ଚତ୍ତ ନ କରିବା ପାଇଁ ରାଜ୍ୟ ସରକାର ଆଣିଲେ ନିଜସ୍ବ ଯୋଜନା। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ହିତାଧିକାରୀଙ୍କୁ କାର୍ଡ ଓ ସାମଗ୍ରୀ ବଣ୍ଟନ ଆରମ୍ଭ ହୋଇଛି।
90
କପ୍ତିପଦା,୨୫ା୧୦(ଡି଼.ଏନ୍‌.ଏ) କପ୍ତିପଦା ରେଞ୍ଜ ପୋଡାଡିହା ସେକ୍ସନର ବଡଖମଣ ବିଟ୍‌ ଅଧୀନ ଡବିଗଡ ରାଜାରାଣୀ ପୋଖରୀ ନିକଟରୁ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ କେ.ଜି କୁଟୁରା ମାଂସ ଓ ୫ ଦେଶୀ ବନ୍ଧୁକ ଜବତ ହୋଇଛି।
91
ବ୍ରହ୍ମପୁର ଅଫିସ୍‌,୨୫ା୧୦-ନାରୀ ନିର୍ଯାତନାରେ ଶିକାର ହେଉଥିବା ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ଏବଂ ଦୋଷୀଙ୍କୁ ଖୁବ୍‌ ଶୀଘ୍ର ଗିରଫ ଦାବିକରି ପ୍ରମିଳା ଦେବୀ ମହିଳା କଲ୍ୟାଣ ସଂଘ ଡିଆଇଜିଙ୍କୁ ଫେରାଦ ହେବେ ବୋଲି ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଘର ସଭାନେତ୍ରୀ ପ୍ରମିଳା ତ୍ରିପାଠୀ ସୂଚନା ଦେଇଛନ୍ତି ।
92
ବ୍ରହ୍ମପୁର ଅଫିସ୍‌,୨୫ା୧୦-ବ୍ରହ୍ମପୁର ବଡବଜାର ଥାନା ଅଧୀନ ଧାନମେରା ସାହି ସୋନୁ ଘଡାଇ ହତ୍ୟା ମାମଲାରେ ପୋଲିସ ସମ୍ପୃକ୍ତ ୩ ନାବାଳକଙ୍କୁ ବୁଧବାର ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର କରିିବା ପରେ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।
93
ଦିଗପହଣ୍ଡି,୨୪।୧୦: ଦିଗପହଣ୍ଡି ପୋଲିସ ପକ୍ଷରୁ ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ସିଦ୍ଦେଶ୍ୱର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରାଯାଇଥିଲା।
94
ଦିଗପହଣ୍ଡି,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିର ପାଟା ପହଲ୍ଲାଦଙ୍କୁ ପୋଲିସ ବୁଧବାର ଗିରଫ କରିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରହଲ୍ଲାଦ ଚନ୍ଦ୍ରଚୁଡ ସାହିର ପି.ଘନଶ୍ୟାମ ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
95
ବ୍ରହ୍ମପୁର ଅଫିସ,୨୪।୧୦: ବ୍ରହ୍ମପୁର ଗଜପତି ନଗର ନିକଟସ୍ଥ ନୀଳାଞ୍ଚଳ ନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡାରେ ଚଢାଉ କରାଯାଇଛି।
96
ଯାଜପୁର ରୋଡ଼, ୨୩।୧୦(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ କହ୍ନେଇପୁରରେ ଥିବା ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ଚଢ଼ାଉ କରାଯାଇଛି। ମଣିଶ୍ରୀ ଡାଇଗ୍ନୋସିସ୍‌ରେ ରକ୍ତ, ମଳ, ମୂତ୍ର, କଫ, ଧାତୁ ଅଲ୍‌ଟ୍ରାସାଉଣ୍ଟ ପ୍ରଭୃତି ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ରିପୋର୍ଟ ପ୍ରଦାନ କରାଯାଉଥିବା ବହୁବାର ଅଭିଯୋଗ ହୋଇଥିଲା।
97
ବନ୍ଧୁଗଣ ଏଇଟା କିଛି ନୂଆ ବିଷୟ ନୁହେଁ, ହେଲେ ଏହା ଏମିତି ଏକ ବିଷୟ ଯାହା କଥା ପଡିଲେ ପାଟିରେ ଲାଳ ଆସିଯାଏ | ଏହାର ନାମ ହେଲା…
98
ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ଉତ୍ତେଜକ ବିଜୟ ପରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପ୍ଲେ ଅଫ୍‌ରେ ଗୋଟିଏ ପାଦ ରଖିଦେବା ଭଳି ମନେ ହେଉଛି। ଦଳକୁ ଏଣିକି ଆଉ ଗୋଟିଏ ବି ପରାଜୟ ହଜମ ହେବ ନାହିଁ। ସେମାନଙ୍କ ଦକ୍ଷିଣୀ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିପକ୍ଷ ମୁକାବିଲାକୁ ମଧ୍ୟ ଜିତିବାକୁ ହେବ ଶନିବାର। କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଚେନ୍ନାଇ ଆସିଛି। ଏହି ମ୍ୟାଚ୍‌ର ଅଧା ସ୍ଥିତିରେ ସେମାନେ ୯୦ ରନ୍‌ କରିଥିଲେ ମଧ୍ୟ ସମ୍ଭାବ୍ୟ ୨୦୦ ରନ୍‌ରେ ପହଞ୍ଚି ପାରିନଥିଲେ। ଚେନ୍ନାଇର ୧୭୭ ରନ୍‌କୁ କେକେଆର୍‌ ୨ ଓଭର ପୂର୍ବରୁ ପଛରେ ପକାଇ ଦେଇଥିଲା। କେକେଆର୍‌ ଯେଭଳି ବ୍ୟାଟିଂ କଲା ଲାଗିଲା ୨୦୦ ରନ୍‌ ମଧ୍ୟ ଏଠାରେ ସୁରକ୍ଷିତ ସ୍କୋର୍‌ ନୁହେଁ। ଅବଶ୍ୟ ୨୦୦ ପାଖାପାଖି ବିଜୟ ଲକ୍ଷ୍ୟ ଥିଲେ ପ୍ରତିପକ୍ଷ ଦଳ ଉପରେ ଭଲ ଆରମ୍ଭ କରିବାର ଚାପ ରହିଥାଏ। ଓଭର ପିଛା ୧୦ ହାରରେ ରନ୍‌ ସଂଗ୍ରହ କରିବାକୁ ପଡ଼ିଥାଏ। ପ୍ରଥମରୁ ଗୋଟିଏ ଦୁଇଟି ଓ୍ଵିକେଟ୍‌ ବାହାରିଗଲେ ପଶ୍ଚାତଧାବନ କରୁଥିବା ଦଳ ଉପରେ ଚାପ ବଢ଼ିଯାଇଥାଏ।
99
ମହେନ୍ଦ୍ର ସିଂହ ଧୋନି ଶନିବାର ମ୍ୟାଚ୍‌ ପାଇଁ ଫାପ୍‌ ଡୁ ପ୍ଲେସିସ୍‌ଙ୍କୁ ଶୀର୍ଷକ୍ରମରେ ପଠାଇବା କୌଶଳ ଉପରେ ପୁନଃ ନଜର ପକାଇବାକୁ ହେବ। ଡୁ ପ୍ଲେସିସ୍‌ ଉପରେ ଖେଳିଲେ ଲୟରେ ଥିବା ତଥା ଗୋଲାପୀ ଟୋପୀଧାରୀ ଅମ୍ବାତି ରାୟୁଡୁଙ୍କୁ ଅଳ୍ପ ଓଭର ବ୍ୟାଟିଂ କରିବାର ସୁଯୋଗ ମିଳୁଛି। ଫାପ୍‌ ମଧ୍ୟ ବଡ଼ ସଟ୍‌ ଖେଳିବାକୁ ସମୟ ନେଉଛନ୍ତି। ସେହିଭଳି କେକେଆର୍‌ ବିପକ୍ଷରେ ଇଡେନ୍‌ରେ ଡ୍ଵାନ୍‌ ବ୍ରାଭୋଙ୍କୁ ବ୍ୟବହାର କରାନଯିବା ବୁଝି ହେଲା ନାହିଁ। ଏହି ତି୍ରନିଦାଦ ଖେଳାଳି ଏବେ ବ୍ୟାଟ୍‌ ଓ ବଲ୍‌ରେ ଭଲ କରୁଛନ୍ତି। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଦେଜା ସଂଘର୍ଷ କରିବା ସହିତ ସୁନିଲ ନରିନଙ୍କ କ୍ୟାଚ୍‌କୁ ଦୁଇ ଦୁଇ ଥର ହାତଛଡ଼ା କରିଥିଲେ।
End of preview. Expand in Data Studio
README.md exists but content is empty.
Downloads last month
6